କାନାଡା(ଏଜେନ୍ସି) : – କାନାଡ଼ାର ବ୍ରାମ୍ପଟନସ୍ଥିତ ହିନ୍ଦୁ ମହାସଭା ମନ୍ଦିର ଉପରେ ଆକ୍ରମଣ ହୋଇଛି। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ସେଠାକାର ଖଲିସ୍ତାନୀ ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀମାନେ ନିସ୍ତୁକ ମାଡ଼ ମାରିଛନ୍ତି। ଆକ୍ରମଣରୁ ମହିଳା ଏବଂ ଶିଶୁମାନଙ୍କୁ ମଧ୍ୟ ସେମାନେ ବାଦ୍ ଦେଇନାହାନ୍ତି। ଏହା ସହିତ ଖଲିସ୍ତାନୀ ସଂଗଠନ ପତାକା ଉଡ଼ାଇଛନ୍ତି। ଏହି ଘଟଣାରେ ସେଠାକାର ପୁଲିସ ୩ ଜଣଙ୍କୁ ଗିରଫ କରିଛି।