ଲଣ୍ଡନ ( ଏଜେନ୍ସି ) : କରୋନା ସଂକ୍ରମିତ ମାତାଠାରୁ ଜନ୍ମିତ ଶିଶୁ ସଂକ୍ରମିତ ହୋଇ ଜନ୍ମ ହୋଇଥାଏ ନା ଜନ୍ମ ପରେ ସଂକ୍ରମିତ ହୁଏ ତାହାକୁ ନେଇ ଏକମତ ହୋଇ ପାରୁନାହାନ୍ତି ଡ଼ାକ୍ତର । ଗବେଷକମାନେ ଏହାକୁ ନେଇ ଅଧ୍ୟୟନ ଜାରି ରଖିଛନ୍ତି । ମାତ୍ର ଏ ସମ୍ପର୍କରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ବ୍ରିଟେନରେ କରୋନା ସଂକ୍ରମିତ ୬ ଜଣ ମହିଳାଙ୍କଠାରୁ ଜନ୍ମିତ ଶିଶୁମାନେ ୧୨ ଘଣ୍ଟା ମଧ୍ୟରେ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିବା ପରେ ଡ଼ାକ୍ତରମାନଙ୍କ ପାଇଁ ଏକ ବଡ଼ ଆହ୍ବାନ ହୋଇଛି । ଅନୁସନ୍ଧାନ ଅନୁଯାୟୀ, ଏହା ବୋଧହୁଏ ଦୁନିଆର ପ୍ରଥମ ଘଟଣା ଯେଉଁଠାରେ ଜନ୍ମର ମାତ୍ର ୧୨ ଘଣ୍ଟା ମଧ୍ୟରେ ଶିଶୁମାନଙ୍କଠାରେ କରୋନା ଭାଇରସ ଚିହ୍ନଟ ହୋଇଛି।