କରୋନା ଲକ୍ଡ଼ାଉନ ସମୟରେ ସାରା ବିଶ୍ଵରେ ଟିକ୍ ଟକ୍ ଆପ୍ ୨୦୦ କୋଟି ଥର ଡ଼ାଉନଲୋଡ଼ ହୋଇଛି, ଭାରତ ସବୁଠୁ ଆଗରେ

48

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) :  ଚୀନା ଭୂତାଣୁ କରୋନା ସାରା ବିଶ୍ବକୁ ନାକରେ ପାଣି ପିଆଇ ସାରିଲାଣି । ବିଭିନ୍ନ ଦେଶ ଅର୍ଥନୀତି ରସାତଳରେ ପହଞ୍ଚିଲାଣି । ସାରା ବିଶ୍ବରେ ଶହ ଶହ କୋଟି ଲୋକଙ୍କ ଜୀବନ ଜୀବିକାକୁ ନେଇ ସମସ୍ୟା ଦେଖା ଦେଲାଣି । ବିଭିନ୍ନ ଦେଶ ଏଥିପାଇଁ ଲକ୍ ଡ଼ାଉନ ଘୋଷଣା କରିଛନ୍ତି । ହେଲେ ଏପରି ସ୍ଥିତିରେ  ଏକ ମୋବାଇଲ୍ ଆପ୍ ‘ଟିକ୍ ଟକ୍’ ଚୀନ ଅର୍ଥନୀତି ପାଇଁ ବେଶ୍ ଉତ୍ତମ ସାବ୍ୟସ୍ତ ହୋଇଛି । ଏହି ଆପ୍ ଜରିଆରେ ଚୀନ୍ ବେଶ୍ ଭଲ କିଛି ରୋଜଗାର କରିବାକୁ ସକ୍ଷମ ହୋଇଛି । କରୋନା ଲକ୍ଡ଼ାଉନ ସମୟରେ ସାରା ବିଶ୍ବରେ ଟିକ୍ ଟକ୍  ଆପ୍ ୨୦୦ କୋଟି ଥର ଡ଼ାଉନଲୋଡ଼ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଭାରତରେ ଏହି ‘ଆପ୍’ର ବ୍ୟବହାରକାରୀ ସାରା ବିଶବରେ ସବୁଠୁ ଅଧିକ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More