କରୋନା ମୁକାବିଲା – ମଣିଷ ଦେହରେ ପରୀକ୍ଷଣ ଚାଲିଛି ବିକଶିତ କରୋନା ଭାଇରସ୍ ଟୀକା

59

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କରୋନା ଭାଇରସ୍ ଟୀକାର ଗୁରୁବାରଠାରୁ ମଣିଷ ଦେହରେ ପରୀକ୍ଷା ହୋଇଛି। ଏହି ଟୀକା ମଣିଷ ଦେହରେ କେତେ ନିରାପଦ ଅର୍ଥାତ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଏହି ଟୀକା ଦିଆଗଲେ ତାହା ସେହି ବ୍ୟକ୍ତିଙ୍କ ଦେହରେ କେଉଁ ଭଳି ପ୍ରଭାବ ପକାଇବ, ସେ ନେଇ ପରୀକ୍ଷା ଆରମ୍ଭ କରାଯାଇଛି। ଯଦି ଏହି ପରୀକ୍ଷଣ ସଫଳ ହୁଏ ଏହାର ତୁରନ୍ତ ପ୍ରସ୍ତୁତି ଆରମ୍ଭ ପାଇଁ ଭାରତୀୟ କମ୍ପାନୀ ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ କାର୍ଯ୍ୟ ଆରମ୍ଭ କରିଥିବା ଖବର ମିଳିଛି। ଗୁରୁବାର ଦିନ ଅକ୍ସଫୋର୍ଡରେ ଏହି ପରୀକ୍ଷା ଆରମ୍ଭ ହୋଇଛି ଯେଉଁଥିରେ ୮୦୦ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଏହି ନୂତନ ଟୀକା ‘ChAdOx1 nCoV-19’ ଇଞ୍ଜେକ୍ସନ ଦିଆଯାଇଛି। ଏହା ହେଉଛି ଷଷ୍ଠ କରୋନା ଭାଇରସ୍ ଟୀକା ଯାହା ପ୍ରଥମ ପର୍ଯ୍ୟାୟରେ କ୍ଲିନିକାଲ୍ ପରୀକ୍ଷଣରେ ପ୍ରବେଶ କରିଛି। ଯଦି ପରୀକ୍ଷଣଗୁଡିକ ସଫଳ ହୁଏ, ତେବେ ସେପ୍ଟେମ୍ବର ସୁଦ୍ଧା ଏହାର ଏକ ମିଲିୟନ୍ ଡୋଜ ପ୍ରସ୍ତୁତ ହେବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି ଓ ପରେ ଏହାର ଅଧିକ ଡୋଜ ପ୍ରସ୍ତୁତ ହେବ। ଅନ୍ୟପକ୍ଷରେ ପୁନେସ୍ଥିତ ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଭାରତରେ ଏହି ଟୀକା ପ୍ରସ୍ତୁତ କରିବ ପାଇଁ ଅକ୍ସଫୋର୍ଡ ୟୁନିଭରସିଟି ସହ ସହଭାଗୀ ହୋଇଛି। ଏହି କମ୍ପାନୀର ସିଇଓ ଅଦର ପୁନାୱାଲା କହିଛନ୍ତି ଯେ ଏହି ପରୀକ୍ଷଣ ସଫଳ ହେଲେ କମ୍ପାନୀ ପର୍ଯ୍ୟାପ୍ତ ପରିମାଣର ଡୋଜ ଉପଲବ୍ଧ କରାଇବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More