ୱେଲିଂଟନ୍ ( ଏଜେନ୍ସି ) : କରୋନା ମହାମାରୀକୁ ପ୍ରତିହତ କରିବାରେ ସଫଳ ହୋଇଛି ନ୍ୟୁଜିଲାଣ୍ଡ। କରୋନ ଲଢେଇରେ ବିଜୟୀ ଲାଭ କରିବା ସହିତ ଆଜି ନ୍ୟୁଜିଲାଣ୍ଡ କରୋନାମୁକ୍ତ ହେଲା ବୋଲି ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ୍ କହିଛନ୍ତି ଯେ ସୋମବାର ନ୍ୟୁଜିଲାଣ୍ଡରେ ଶେଷ କରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ନ୍ୟୁଜିଲାଣ୍ଡରେ କରୋନା ସଂକ୍ରମଣକୁ ରୋକାଯାଇ ପାରିଛି। ୧୭ ଦିନ ତଳେ ଏଠାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେତେବେଳେ ୪୦ହଜାର ଲୋକଙ୍କ କରୋନା ପରୀକ୍ଷା କରାଯାଇଥିଲା। ଗତ ଫେବୃଆରୀରୁ ସୋମବାର ସୁଦ୍ଧା ଜଣେ ହେଲେ କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି। ଆଜି ମଧ୍ୟ ରାତ୍ରିରୁ ନ୍ୟୁଜିଲାଣ୍ଡ୍ରେ ସାରା ଦେଶର ଦୋକାନବଜାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଖୋଲା ରଖିବାକୁ ନିର୍ଦେଶ ଦିଆଯାଇଛି। ତେବେ କରୋନା ସଂକ୍ରମଣର ପରବର୍ତ୍ତି ପର୍ଯ୍ୟାୟ ପାଇଁ ଦେଶବାସୀ ପ୍ରସ୍ତୁତ ରହିବାକୁ କ୍ୟାବିନେଟ୍ରେ ଏକ ସଂକଳ୍ପନାମା ପାରିତ ହୋଇଛି।