କରୋନା ଭୂତାଣୁ ସଂକ୍ରାନ୍ତରେ ତଦନ୍ତ ପାଇଁ ଆମେରିକା ଚୀନ୍‍କୁ ଏକ ବିଶେଷଜ୍ଞ ଦଳ ପଠାଇବ

37

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ କହିଛନ୍ତି, କରୋନା ଭୂତାଣୁ ସଂକ୍ରାନ୍ତରେ ତଦନ୍ତ ପାଇଁ ଆମେରିକା ଚୀନ୍‍କୁ ଏକ ବିଶେଷଜ୍ଞ ଦଳ ପଠାଇବାକୁ ଚାହୁଁଛି। କରୋନା ଭୂତାଣୁର ସଂକ୍ରମଣ ପାଇଁ ଚୀନ ଯଦି ଜାଣିଶୁଣି ଦାୟୀ ରହିଥାଏ, ତେବେ ଚୀନକୁ ଏହାର ପରିଣାମ ଭୋଗ କରିବାକୁ ପଡ଼ିବ ବୋଲି ଚେତାବନୀ ଦେବାର ଦିନକ ପରେ ଟ୍ରମ୍ପ ଏହା କହିଛନ୍ତି। କରୋନା ଭୂତାଣୁକୁ ଏକ ପ୍ଲେଗ୍‍ ଭାବେ ବର୍ଣ୍ଣନା କରି ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ହ୍ୱାଇଟ୍‍ ହାଉସ୍‍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଚୀନର ଆଭିମୁଖ୍ୟକୁ ନେଇ ସେ ଆଦୌ ସନ୍ତୁଷ୍ଟ ନୁହନ୍ତି। କାରଣ ଚୀନର ୱୁହାନ ସହରରେ ଗତବର୍ଷ ଡିସେମ୍ବର ମାସରୁ ଭୂତାଣୁର ସଂକ୍ରମଣ ଆରମ୍ଭ ହୋଇଥିଲା। ୱୁହାନ ଭୂତାଣୁ ଗବେଷଣା ପ୍ରତିଷ୍ଠାନରୁ ଏହି ଭୂତାଣୁ ଅନ୍ୟ ସ୍ଥାନକୁ ବ୍ୟାପିଥିବାର ସମ୍ଭାବନା ବିଷୟରେ ଆମେରିକା ତଦନ୍ତ ଆରମ୍ଭ କରିଦେଇଛି। କରୋନା ଭୂତାଣୁ ସଂକ୍ରମଣର ମୁକାବିଲାରେ ଚୀନର ଆଭିମୁଖ୍ୟକୁ ନେଇ ଟ୍ରମ୍ପ ବାରମ୍ବାର ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି। ଚୀନ୍‍ କୌଣସି ବିଷୟରେ ଖୋଲାଖୋଲି ତଥ୍ୟ ଦେଉନାହିଁ ଓ ପ୍ରାରମ୍ଭିକ ସ୍ତରରେ ଆମେରିକା ସହିତ ସହଯୋଗ କରିନାହିଁ ବୋଲି ସେ ଦୋଷାରୋପ କରିଛନ୍ତି। ଆମେରିକାରେ କୋଭିଡ୍‍ ନାଇଣ୍ଟିନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୪୧ହଜାରରେ ପହଞ୍ଚିଥିବା ବେଳେ ମୋଟ୍‍ ୭ଲକ୍ଷ ୬୪ ହଜାର ଲୋକ ସଂକ୍ରମିତ ହୋଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More