କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ଭାରତ ପ୍ରସ୍ତୁତିକୁ ପ୍ରଶଂସା, ତ୍ରିରଙ୍ଗା ରଙ୍ଗରେ ରଙ୍ଗିଲା ମେଟରହର୍ଣ୍ଣ ପର୍ବତ

47

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ଭାରତ ପ୍ରସ୍ତୁତିକୁ ପ୍ରଶଂସା କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ସମେତ ବିଶ୍ୱର ବହୁ ଦେଶ ପ୍ରଶଂସା କରିଥିବାବେଳେ ଏବେ ଏହି ଧାରାରେ ସାମିଲ ହୋଇଛି ସ୍ୱିଜରଲାଣ୍ଡ। ଭାରତକୁ ପ୍ରଶଂସା କରିବାର ଏକ ଅଭିନବ ଉପାୟ ଅବଲମ୍ବନ କରିଛି ଏହି ଦେଶ। ଭାରତର ସମ୍ମାନରେ ସ୍ୱିଜରଲାଣ୍ଡ ଓ ଇଟାଲୀ ସୀମା ମଝିରେ ଅବସ୍ଥିତ ସ୍ୱିସ ଆଲପ୍ସର ମେଟରହର୍ଣ୍ଣ ପର୍ବତକୁ ଏହା ଲେଜର ଲାଇଟ ଦ୍ୱାରା ଭାରତୀୟ ରାଷ୍ଟ୍ରୀୟ ଧ୍ୱଜା ତ୍ରିରଙ୍ଗାର ରଙ୍ଗରେ ରଙ୍ଗାୟିତ କରିଛି। ପ୍ରାୟ ୪ କିଲୋମିଟର ଦୂର ଯାଏଁ ଉଦ୍ଭାସିତ ହୋଇଛି ତ୍ରିରଙ୍ଗାର ରଙ୍ଗ। ସ୍ୱିଇଜରଲାଣ୍ଡରେ ନିଯୁକ୍ତ ଭାରତୀୟ ଦୂତାବାସ ପକ୍ଷରୁ ଏହି ଦୃଶ୍ୟର ଫଟୋଚିତ୍ର ଟ୍ୱିଟ କରାଯାଇଛି। ଭାରତ ଏହି ଘଡିସନ୍ଧି ସମୟରେ ବିଶ୍ୱର ସୁପରପାୱାର କୁହାଯାଉଥିବା ଆମେରିକା ସମେତ ବହୁ ରାଷ୍ଟ୍ରକୁ ସହାୟତାର ହାତ ବଢାଇଥିବାରୁ ମଧ୍ୟ ଏହାକୁ ପ୍ରଶଂସା କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More