ଲଣ୍ଡନ ( ଏଜେନ୍ସି ) : କରୋନା ଭୂତାଣୁର ଚିକିତ୍ସା ପାଇଁ ବ୍ରିଟେନ ଏବଂ ଜର୍ମାନୀ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ଏହି ଭ୍ୟାକ୍ସିନର ସଫଳତା ଜାଣିବା ଲାଗି ଆଜିଠାରୁ ମଣିଷଙ୍କ ଉପରେ ଏହାର ପରୀକ୍ଷଣ ହେବ। କରୋନା ଭ୍ୟାକ୍ସିନକୁ ନେଇ ସାରା ବିଶ୍ଵରେ ୧୫୦ରୁ ଅଧିକ ଗବେଷଣା ଚାଲିଛି। ତେବେ ଜର୍ମାନୀ ଏବଂ ବ୍ରିଟେନ ଦୁନିଆର ସେହି ୫ ଦେଶ ମଧ୍ୟରେ ସାମିଲ ହୋଇଛନ୍ତି, ଯେଉଁମାନଙ୍କୁ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ମିଳିଛି। ସୂଚନା ଅନୁସାରେ, ବ୍ରିଟେନର ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ୫୧୦ ଏବଂ ଜର୍ମାନୀର ଫେଡେରାଲ ଇନଷ୍ଟିଚ୍ୟୁଟ ୨୦୦ ଲୋକଙ୍କ ଉପରେ କରୋନା ଭ୍ୟାକ୍ସିନର ପରୀକ୍ଷଣ କରିବ। ଯେଉଁ ଲୋକମାନଙ୍କ ଉପରେ ଏହାର ପରୀକ୍ଷଣ କରାଯିବ ସେମାନଙ୍କୁ ୧୮ରୁ ୫୫ ବର୍ଷର ଶ୍ରେଣୀରେ ରଖାଯାଇଛି। ପରୀକ୍ଷା ସମୟରେ ବିଭିନ୍ନ ଲୋକଙ୍କୁ ବିଭିନ୍ନ ପ୍ରକାରର ଟିକା ଦିଆଯିବ ଏବଂ ଏହା ଭୂତାଣୁ ବିଲୋପ କରିବାରେ କେତେ ପ୍ରଭାବଶାଳୀ ତାହା ନିରୀକ୍ଷଣ କରାଯିବ।