ଲଣ୍ଡନ ( ଏଜେନ୍ସି ) : କରୋନା ଟୀକା କେବେ ବାହାରିବ ସେ ନେଇ କିଛି ସ୍ଥିରତା ନାହିଁ । ଏଥିପାଇଁ ବିଭିନ୍ନ ଦେଶ ଗବେଷଣା କରୁଛନ୍ତି । ମଣିଷଙ୍କ ଉପରେ ଏହାର ପ୍ରୟୋଗ କେତେ ସଫଳ ହେବ ସେ ନେଇ ଅଧ୍ୟୟନ ଚାଲିଛି । ତେବେ ଆଗାମୀ ଦିନରେ କରୋନା ଟୀକା ସଫଳତାର ସହ ବିକଶିତ ହେବା ନେଇ କୌଣସି ନିଶ୍ଚିତ ନାହିଁ । ଏଥିପାଇଁ ୧୨ରୁ ୧୮ ମାସ ସମୟ ଲାଗିପାରେ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସ୍ବତନ୍ତ୍ର ପ୍ରତିନିଧି ଡ଼େଭିଡ଼୍ ନାବାରୋ ।