ଜେନେଭା ( ଏଜେନ୍ସି ) : କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ,ବିଭିନ୍ନ ଦେଶ କାରୋନା ଟୀକା ଉଦ୍ଭାବନକୁ ନେଇ ଆଶାବାଦୀ ଥିବାବେଳେ, ଏହି ଆଶା ମଧ୍ୟରେ ନିରାଶାବାଣୀ ଶୁଣାଇଛନ୍ତି ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ । ଆସନ୍ତା ବର୍ଷ ମଧ୍ୟଭାଗ ପର୍ଯ୍ୟନ୍ତ କରୋନା ଟୀକା ମିଳିବା ଆଶା ନାହିଁ ବୋଲି କହିଛନ୍ତି ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ମୁଖପାତ୍ର ମାର୍ଗାରେଟ ହ୍ୟାରିସ । ସେ କହିଛନ୍ତି ଯେ ବର୍ତମାନ ସୁଦ୍ଧା ଉନ୍ନତ ପରୀକ୍ଷା ଓ କମ୍ପାନୀଗୁଡ଼ିକର ପ୍ରଚେଷ୍ଟା ସତ୍ବେ ଉଦ୍ଭାବିତ ଟୀକାର ସଫଳତା ଏପର୍ଯନ୍ତ ପହଞ୍ଚି ପାରିନାହିଁ ।