କରୋନା ଅପଡେଟ – ବିଶ୍ୱରେ ଏପର୍ଯ୍ୟନ୍ତ ମୋଟ ୩୪ ଲକ୍ଷ ୯୬ ହଜାର ୭୦୭ ଜଣ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୪ ହଜାର ୮୭୦
ନୂଆଦିଲ୍ଲୀ ( ଏଜେନ୍ସି ) : ସମଗ୍ର ବିଶ୍ୱରେ କୋଭିଡ୍-ନାଇଣ୍ଟିନ୍ ସଂକ୍ରମଣରେ ମୃତ୍ୟୁସଂଖ୍ୟା ୨ ଲକ୍ଷ ୪୪ ହଜାର ୮୭୦ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ମୋଟ ୩୪ ଲକ୍ଷ ୯୬ ହଜାର ୭୦୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଲକ୍ଷ ୨୬ ହଜାର ୧୩୪ ଜଣ ସୁସ୍ଥ ହୋଇଛନ୍ତି। ଆମେରିକାରେ ସର୍ବାଧିକ ୧୧ ଲକ୍ଷ ୬୦ ହଜାର ୮୩୮ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ ସେଥିମଧ୍ୟରୁ ୬୭ ହଜାର ୪୪୮ ଜଣଙ୍କର ମୃତ୍ୟୁ ଘଟିଛି। ଇଟାଲୀରେ ମୋଟ ୨ ଲକ୍ଷ ୯ ହଜାର ୩୨୮ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୮ ହଜାର ୭୧୦ ଜଣ ପ୍ରାଣ ହରାଇଛନ୍ତି। ଇଂଲଣ୍ଡରେ ୧ ଲକ୍ଷ ୮୨ ହଜାର ୨୬୦ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୮ ହଜାର ୧୩୧ ଜଣଙ୍କର ମୃତ୍ୟୁ ଘଟିଛି। ଏହାଛଡ଼ା ସ୍ପେନ୍ରେ ୨ ଲକ୍ଷ ୪୬ ହଜାର ୫୬୭ କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇଥିବାବେଳେ ଏପର୍ଯ୍ୟନ୍ତ ୨୫ ହଜାର ୧୦୦ ଜଣ ବ୍ୟକ୍ତି ଏଥିରେ ପ୍ରାଣ ହରାଇଛନ୍ତି।