ନୂଆଦିଲ୍ଲୀ ( ଏଜେନ୍ସି ) : ସ୍ପେନର ଜଣେ ୧୧୩ବର୍ଷର ମହିଳା କରୋନା ଲଢେଇରେ ବିଜୟୀ ହୋଇଛନ୍ତି। କରୋନା ଲଢେଇରେ ବିଜୟୀ ହେବାରେ ଏହି ମହିଳା ଜଣଙ୍କ ସବୁଠାରୁ ବୟସ୍କ। ମାରିଆ ବ୍ରାନୟାସ ନାମକ ଏହି ମହିଳା ଜଣଙ୍କ ଗତ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ। ଏକ ଜରା ନିବାସର ଆଇସୋଲେସନ ୱାର୍ଡରେ ରହି ସେ କରୋନାର ମୁକାବିଲା କରିଥିଲେ। ଏହା ପୂର୍ବରୁ ସ୍ପେନର ଜଣେ ୧୦୬ବର୍ଷର ମହିଳା କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିଲେ। ସ୍ପେନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ଅତିକ୍ରମ କରିଥିବାବେଳେ ମୃତ୍ୟୁସଂଖ୍ୟା ୨୭ହଜାର ହେଲାଣି।