ଉହାନ ସହରରେ କରୋନା ସଂକ୍ରାନ୍ତ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଥିବା ଯୁବ ସାମ୍ବାଦିକ ରହସ୍ୟଜନକ ଭାବରେ ନିଖୋଜ

17

Get real time updates directly on you device, subscribe now.

ବେଜିଂ ( ଏଜେନ୍ସି ) : ଉହାନ ସହରରେ କରୋନା ସଂକ୍ରାନ୍ତ ବିସ୍ତୃତ ଭିଡ଼ିଓ ରିପୋର୍ଟ ପ୍ରସ୍ତୁତ କରିଥିବା ଜଣେ ଯୁବ ସାମ୍ବାଦିକ ଲି ଜେହ୍ବାଂ ରହସ୍ୟଜନକ ଭାବରେ ନିଖୋଜ ହୋଇ ଯାଇଛନ୍ତି । ଗତ ଦୁଇମାସ ହେଲା ତାଙ୍କର ପତ୍ତା ମିଳୁନାହିଁ । ତାଙ୍କୁ ପୁଲିସ ଘରୁ ଉଠାଇ ନେବା ପରେ ଆଉ ତାଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ । ପୁଲିସ ଓ ଚୀନ କର୍ତ୍ତୃପକ୍ଷ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରୁଛନ୍ତି । ସୂଚନା ଅନୁସାରେ ଲି.ଜେହ୍ବାଂ ଉହାନ ସହରରେ କରୋନା ମୃତ୍ୟୁକୁ ନେଇ ଏକ ଛୋଟ ପ୍ରମାଣିକ ଚିତ୍ର କରିଥିଲେ । ଫେବ୍ରୁଆରୀ ୨୦ ତାରିଖରେ ୟୁଟ୍ୟୁବରେ ଛଡ଼ାଯାଇଥିବା ଏହି ପ୍ରାମାଣିକ ଚିତ୍ରରେ ଉହାନ ସହରରେ କରୋନା ମୃତକମାନଙ୍କୁ କିପରି ଅସ୍ଥାୟୀ କର୍ମଚାରୀଙ୍କ ଜରିଆରେ ସ୍ଥାନାନ୍ତର କରାଯାଉଛି ତାହା ଦର୍ଶାଯାଇଥିଲା । ୟୁଟ୍ୟୁବରେ ଏହାକୁ ୮୫୦୦୦୦ ଲୋକ ଦେଖିଥିଲେ । ମାତ୍ର ଏହି ପ୍ରାମାଣିକ ଚିତ୍ର ସମ୍ପର୍କରେ ସୂଚନା ପାଇବା ପରେ ଚୀନ ସରକାର ତାହାକୁ ତୁରନ୍ତ ବ୍ଲକ୍ ଦେଇଥିଲେ ।ଏହାର ଦୁଇଦିନ ପୁଲିସ ତାଙ୍କ ଘରକୁ ଆସିଥିଲା । ଲି ଓ ଏଥିରେ ତାଙ୍କୁ ସହଯୋଗ କରିଥିବା ଅନ୍ୟ ଦୁଇ ସାମ୍ବାଦିକ ବନ୍ଧୁ ଚେନ୍ କ୍ୟୁସି, ଫାଙ୍ଗ ବିନଙ୍କୁ ଧରି ନେଇଥିଲା । ଚେନଙ୍କ ମା‘ଙ୍କ ହିବା ଅନୁସାରେ ସେହିଦିନଠାରୁ ସେମାନଙ୍କର ପତ୍ତା ମିଳୁନାହିଁ । ଚୀନ ପ୍ରଶାସନ ମଧ୍ୟ ଏହି ୩ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ ।ଚୀନରୁ ଏହି ଘଟଣା ଯାଇ ଆମେରିକାରେ ପହଞ୍ଚିଛି । ଆମେରିକୀୟ କଂଗ୍ରେସ ସଦସ୍ୟ ଜିମ୍ ବ୍ୟାଙ୍କ ଏହି ଘଟଣାର ତଦନ୍ତ କରାଇବା ପାଇଁ ଚୀନ୍ ଉପରେ ଆମେରିକା ଚାପ ପକାଇବା ଆବଶ୍ୟକ ବୋଲି ମତ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More