ଇସ୍ରାଏଲରେ ଅବସ୍ଥିତ ଚୀନ ରାଷ୍ଟ୍ରଦୂତଙ୍କ ସନ୍ଦେହଜନକ ମୃତ୍ୟୁ

14

Get real time updates directly on you device, subscribe now.

ଜେରୁଜେଲମ ( ଏଜେନ୍ସି ) : ଇସ୍ରାଏଲରେ ନିଯୁକ୍ତ ଚୀନ ରାଷ୍ଟ୍ରଦୂତ ଆଜି କିଛି ସମୟ ପୂର୍ବରୁ ସନ୍ଦେହଜନକ ଭାବରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ତାହାସ୍ପଷ୍ଟ ହୋଇନାହିଁ । ଇସ୍ରାଏଲ୍ ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି । ଚୀନ୍ ରାଷ୍ଟ୍ରଦୂତ ଡୁ.ୱେଇଙ୍କ ଙ୍କ ମୃତଦେହ ଖଟ ଉପରେ ପଡିଥିବା ଦେଖିବାକୁ ମିଳିଥିଲା । ଶୋଇଥିବା ଅବସ୍ଥାରେ ସେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ପ୍ରଥମେ ତାଙ୍କର ଜଣେ କର୍ମଚାରୀ ହିଁ ତାଙ୍କ ମୃତଦେହ ଦେଖିଥିଲେ । ତାଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନାହିଁ । ହୃଦଘାତରୁ ସେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ଇସ୍ରାଏଲରେ ନୂଆ ସରକାରର ଶପଥ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ସେଠାରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତଙ୍କ ମୃତ୍ୟୁକୁ ନେଇ ବିିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି । ୩ ମାସ ତଳେ ସେ ଇସ୍ରାଏଲରେ ନିଯୁକ୍ତି ପାଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More