ନୂଆଦିଲ୍ଲୀ ( ଏଜେନ୍ସି ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ମାସ୍କ ବଦଳରେ ମୁହଁରେ ଗାମୁଛା ବାନ୍ଧି ବାହାରୁଥିବା ଦେଖିବାକୁ ମିଳୁଛି । ମାତ୍ର ଆମେରିକାରେ କରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଥିବା ସତ୍ବେ ରାଷ୍ଟ୍ରପତି ଟ୍ରମ୍ପ ମାସ୍କ ପିନ୍ଧୁ ନାହାନ୍ତି । ତେଣୁ ତାଙ୍କୁ ମୁହଁରେ ଗାମୁଛା ବାନ୍ଧିବାକୁ ପରାମର୍ଶ ଦେଇଛନ୍ତି ବାରଣାସୀର କିଛି ଡ଼ାକ୍ତର । ଖାଲି ସେତିକି ନୁହେଁ ବାରଣାସୀ (ବନାରସ)ର କିଛି ଡ଼ାକ୍ତର ଏକ ବନାରସୀ ଗାମୁଛାକୁ ଟ୍ରମ୍ପଙ୍କ ନିକଟକୁ ପଠାଇଛନ୍ତି। କୋରୋନାରୁ ବଞ୍ଚିବାକୁ ହେଲେ ଆପଣଙ୍କୁ ଏହି ଗାମୁଛା ପିନ୍ଧିବାକୁ ପଡ଼ିବ ବୋଲି ଗାମୁଛା ସହ ଏକ ଚିଠି ମଧ୍ୟ ପଠାଇଛନ୍ତି ।