ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କର ପରଲୋକ

18

Get real time updates directly on you device, subscribe now.

ନ୍ୟୁୟର୍କ ( ଏଜେନ୍ସି ) : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି। ଏ ସମ୍ପର୍କରେ ହ୍ବାଇଟ୍‌ ହାଉସ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ନ୍ୟୁୟର୍କର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। କିନ୍ତୁ କେଉଁ କାରଣ ପାଇଁ ରବର୍ଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତାହା ବିବୃତିରେ କୁହାଯାଇ ନାହିଁ। ରବର୍ଟ ଆମେରିକାର ଜଣେ ପ୍ରଖ୍ୟାତ ବ୍ୟବସାୟୀ। ଟ୍ରମ୍ପ ଭାଇ ଭଉଣୀମାନଙ୍କ ମଧ୍ୟରେ ରବର୍ଟ ସବୁଠୁ ସାନ ଥିଲେ। ସେ ରାଷ୍ଟ୍ରପତି ଟ୍ରମ୍ପଙ୍କର ଅତି ନିକଟତର ରହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More