ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ପୁଣି ଥରେ ଧମକପୂର୍ଣ୍ଣ ଚେତାବନୀ, କରୋନା ଭୂତାଣୁ ପାଇଁ ଦାୟୀ ହେଲେ ପରିଣାମ ଭୋଗିବ
ୱାଶିଂଟନ ( ଏଜେନ୍ସି ) : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ପୁଣି ଥରେ ଧମକପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ଚୀନ ଯଦି କରୋନା ଭୂତାଣୁ ପାଇଁ ଦାୟୀ, ତେବେ ସେ ଏହାର ପରିଣାଣ ନିଶ୍ଚୟ ଭୋଗିବ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ହ୍ବାଇଟ୍ହାଉସରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରିବା ବେଳେ ଏଭଳି ଚେତାବନୀ ଦେଇଛନ୍ତି। କରୋନା ମୁକାବିଲା ପାଇଁ ଆମେରିକା ଦ୍ବାରା ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ବି ସେ ପ୍ରଶଂସା କରିଛନ୍ତି।