ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର

15

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ରବିବାର ପ୍ରଣବଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେଇ ଦିଲ୍ଲୀ ସ୍ଥିତ ସେନା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ମସ୍ତିଷ୍କ ଅସ୍ତ୍ରୋପଚାର ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ପରିଲକ୍ଷିତ ହୋଇନଥିଲା। ସେ କୋମାକୁ ଚାଲି ଯାଇଥିବା ବେଳେ ତାଙ୍କର ଶରୀରର ତାପମାତ୍ରା, ରକ୍ତଚାପ, ହୃଦସ୍ପନ୍ଦନ ଏବଂ ଶ୍ୱାସକ୍ରିୟା ସ୍ଥିର ରହିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ସ୍ପଷ୍ଟ କରିଥିଲେ। ବର୍ତ୍ତମାନ ତାଙ୍କର କ୍ଲିନିକାଲ୍ ପାରାମିଟର ଏବଂ ଭିଟାଲ୍ ସ୍ଥିର ରହିଥିବା ବେଳେ ସେ ନିରନ୍ତର ଭେଣ୍ଟିଲେଟର ସହାୟତାରେ ଅଛନ୍ତି। ସେନା ଡାକ୍ତରଖାନାର ବିଶେଷଜ୍ଞ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। ତେବେ ପ୍ରଣବଙ୍କ ସ୍ବାସ୍ଥ୍ୟବସ୍ଥାରେ ପୂର୍ବଅପେକ୍ଷା ସୁଧାର ଆସିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More