୬ ମାସର ଇପିଏଫ୍ ଜମା କରିବେ କେନ୍ଦ୍ର ସରକାର; ଛୋଟ କମ୍ପାନୀ-କର୍ମଚାରୀଙ୍କୁ ଫାଇଦା

18

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଛୋଟ କମ୍ପାନୀ ଓ ଏହି କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ଆଜି ଘୋଷଣା କରିଛନ୍ତି । ୧୦୦ରୁ କମ୍ କର୍ମଚାରୀ କାମ କରୁଥିବା ସଂସ୍ଥାର ଇପିଏଫ୍ ସରକାର ଭରଣା କରିବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଏଥିରେ କିଛିଟା ନିର୍ଦିଷ୍ଟ ସର୍ତ ରହିଛି । ୧୦୦ରୁ କମ୍ କର୍ମଚାରୀ କାମ କରୁଥିବା କମ୍ପାନୀ ଏବଂ ଏହାର ୯୦% କର୍ମଚାରୀଙ୍କ ବେତନ ୧୫୦୦୦ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ । ଏପରି କ୍ଷେତ୍ରରେ ପୂର୍ବରୁ ସରକାର ୩ ମାସ ପାଇଁ ଇପିଏଫ୍ ଜମା କରିବାକୁ ଘୋଷଣା କରିଥିଲେ ଏବଂ ଏବେ ତାହାକୁ ୬ ମାସ ଅର୍ଥାତ୍ ଅଗଷ୍ଟ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More