୨୦୨୧ ଜୁଲାଇ ପର୍ଯ୍ୟନ୍ତ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କୁ ମିଳିବନି ଡିଏ

56

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ଭୂତାଣୁ ଯୋଗୁ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିବାକୁ ଥିବା ମହଙ୍ଗା ଭତ୍ତା(ଡିଏ) ଉପରେ ସରକାର ରୋକ୍‌ ଲଗାଇଛନ୍ତି। ଆସନ୍ତା ୨୦୨୧ ଜୁଲାଇ ପର୍ଯ୍ୟନ୍ତ ଏହା ଉପରେ ରୋକ୍‌ ଲଗାଯାଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଆଦେଶନାମା ଅନୁସାରେ, କରୋନା ଭୂତାଣୁ ସଙ୍କଟ ଯୋଗୁ ୨୦୨୦ ଜାନୁୟାରୀ ୧ ପରଠାରୁ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଧାରୀଙ୍କୁ ମିଳିବାକୁ ଥିବା ମହଙ୍ଗା ଭତ୍ତା ରାଶି ଦିଆଯିବ ନାହିଁ। ସେହିପରି ୨୦୨୦ ଜୁଲାଇ ୧ରୁ ପ୍ରଦାନ କରାଯିବାକୁ ଥିବା ଅତିରିକ୍ତ ମହଙ୍ଗା ଭତ୍ତା ମଧ୍ୟ ଦିଆଯିବ ନାହିଁ। କେବେ ଏହି ମହଙ୍ଗା ଭତ୍ତା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନିଆଯିବ ତାହା ୨୦୨୧ ଜୁଲାଇ ୧ରେ ସ୍ପଷ୍ଟ ହେବ। ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଧାରୀଙ୍କ ଉପରେ ଏହି ଆଦେଶନାମା ଲାଗୁ ହେବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More