ନୂଆଦିଲ୍ଲୀ ( ଏଜେନ୍ସି ) : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଜିଏସ୍ଟି ରିଟର୍ଣ୍ଣ ଦାଖଲ କରିବାର ସମୟସୀମାକୁ ସରକାର ଆଉ ଏକ ମାସ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଏସ୍ଟି ରିଟର୍ଣ୍ଣ ଦାଖଲ କରାଯାଇପାରିବ। ଏହି ବର୍ଦ୍ଧିତ ସମୟସୀମାର ଉପଯୋଗ କରିବାକୁ ଅର୍ଥମନ୍ତ୍ରଣାଳୟ ଟିକସଦାତାମାନଙ୍କୁ ଅନୁରୋଧ କରିଛି।