୨୦୧୫ ମସିହା ପୁରୀ ଷ୍ଟେସନରେ ଟ୍ରେନଟ୍ରେନ ପୋଡି ଘଟଣା, ସୁବାସ ରାମଚନ୍ଦ୍ରନଙ୍କୁ ଦୋଷୀ ସାବ୍ୟସ୍ତ

31

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ୨୦୧୫ ମସିହା ପୁରୀ ଷ୍ଟେସନରେ ଟ୍ରେନ ପୋଡ଼ି ଘଟଣାରେ ଅଭିଯୁକ୍ତକୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ଟ୍ରେନ୍ ପୋଡ଼ି ଘଟଣାରେ ସିଜେଏମ କୋର୍ଟଙ୍କ ବିଚାରପତି ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନଙ୍କୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ସଶ୍ରମ କାରାଦଣ୍ଡର ଆଦେଶ ଦେଇଛନ୍ତି । ଏହା ସହ ୭୫ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁଚନା ଅନୁସାରେ ୨୦୧୫ ନଭେମ୍ବର ୧୨ ତାରିଖରେ ପୁରୀ ରେଳ ଷ୍ଟେସନରେ ଟ୍ରେନ୍ ପୋଡ଼ି ହୋଇଥିଲା । ଏହି ଘଟଣାରେ ପୁରୀ-ତିରୁପତି ଏକ୍ସପ୍ରେସ, ପୁରୀ-ଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ୍ ଓ ପୁରୀ ହାୱଡ଼ା ଏକ୍ସପ୍ରେସ ଟ୍ରେନର ୫ଟି ବଗି ପୋଡ଼ି ନଷ୍ଟ ହୋଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ରେଳବାଇର ବହୁତବଡ଼ କ୍ଷତି ହୋଇଥିଲା । ରେଳବାଇ ପୋଲିସ ଏବଂ ଜିଆରପି ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ରାମଚନ୍ଦ୍ରନକୁ ଗିରଫ କରିଥିଲେ । ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରା ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ଘଟଣାରେ ସନ୍ତ୍ରାସବାଦୀ ଲିଙ୍କ ଥିବା ନେଇ ଆଶଙ୍କା ପରେ ଏହାର ତଦନ୍ତ ଦାୟିତ୍ୱ ଏନଆଇଏ ମଧ୍ୟ ନେଇଥିଲା । ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More