ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କରୋନା ସଂକ୍ରମିତ ରହିବେ ହୋଟେଲରେ । ପ୍ରତି ଜିଲାସ୍ତରରେ ଅନ୍ୟୂନ ଗୋଟିଏ ହୋଟେଲକୁ ସଂକ୍ରମିତଙ୍କ ନିମନ୍ତେ ସଂରକ୍ଷିତ ରଖାଯିବ । ଉତ୍ତରପ୍ରଦେଶ ପ୍ରମୁଖ୍ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ହୋଟେଲକୁ ଅତି ସାମାନ୍ୟ କିମ୍ବା କୌଣସି ଲକ୍ଷଣ ନଥିବା ରୋଗୀଙ୍କ ପାଇଁ କୋଭିଡ କେୟାର ସେଣ୍ଟରରେ ପରିଣତ କରିବାକୁ ନିର୍ଦେଶ ଦେଇଛନ୍ତି ।
ତେବେ ସ୍ୱାସ୍ଥ୍ୟ ସଚିବ ଲେଖିଥିବା ଚିଠି ଅନୁଯାୟୀ ରୋଗୀଙ୍କୁ ଏହି କେନ୍ଦ୍ର ଗୁଡ଼ିକରେ ରହିବା ଖର୍ଚ୍ଚ ବହନ କରିବାକୁ ପଡିବ।
Get real time updates directly on you device, subscribe now.