”ହର ଘର” ଜଲ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ପାଇଁ ୮୧୨ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

31

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) :  “ଜଳ ଜୀବନ ଅଭିଯାନ” ମାଧ୍ୟମରେ ଦେଶର ସମସ୍ତ ଗ୍ରାମାଞ୍ଚଳ ଅଧିବାସୀଙ୍କ ଘରେ ପାନୀୟ ଜଳ ଯୋଗାଇ ଦେବାଲାଗି କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ପାଇପ ଯୋଗେ ପ୍ରତ୍ୟେକ ପରିବାରଙ୍କୁ ସେମାନଙ୍କର ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ପରିମାଣର ଜଳ ନିୟମିତ ତଥା ଦୀର୍ଘକାଳୀନ ଭିତ୍ତିରେ ଯୋଗାଇ ଦେବାଲାଗି ସରକାର ଏହି ଯୋଜନା ରୂପାୟନ କରୁଛନ୍ତି । ସହଭାଗୀ ସଂଘୀୟ ବ୍ୟବସ୍ଥାର ଭାବଧାରାକୁ ବାସ୍ତବ ଭାବେ କାର୍ଯ୍ୟକାରୀ କରି ରାଜ୍ୟ ସରକାରମାନେ ଏହି କାର୍ଯ୍ୟକ୍ରମକୁ ନିଜ ନିଜ ରାଜ୍ୟରେ ପ୍ରବର୍ତ୍ତନ କରୁଛନ୍ତି । ସେହି କ୍ରମରେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମର ରୂପାୟନ ସକାଶେ କେନ୍ଦ୍ର ସରକାର “ଜଳ ଜୀବନ ଅଭିଯାନ” (ହର ଘର ଜଲ) ଅଧୀନରେ ୮୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More