ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ହେବ ୭ ବର୍ଷ ଜେଲ

17

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) :  ରାଷ୍ଟ୍ରପତି ରାମନାଥ କୋବିନ୍ଦ କରୋନା ଭାଇରସ ମହାମାରୀ ସହ ଲଢ଼େଇ ଜାରି ରଖିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ନିଆଯାଇଥିବା କଡ଼ା କାର୍ଯ୍ୟାନୁଷ୍ଠାନ ଅଧ୍ୟାଦେଶକୁ ଅନୁମୋଦନ ପ୍ରଦାନ କରିଛନ୍ତି । ମହାମାରୀ ଆଇନ ୧୮୯୭ରେ ସଂଶୋଧନ କରି ଏହି ଆଧ୍ୟାଦେଶରେ ସ୍ୱାସ୍ଥ୍ୟକର୍ମୀଙ୍କ ପହଞ୍ଚିଥିବା ଯନ୍ତ୍ରଣା, କ୍ଷତି ଓ ନଷ୍ଟ କରବା ପାଇଁ କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି ।ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର  କରୋନା ଜୀବାଣୁ ସହ ଲଢେଇ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣର ପୃଷ୍ଠଭୂମିରେ ମହାମାରୀ ରୋଗ (ସଂଶୋଧନ) ଆଇନ, ୨୦୨୦ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରିଛନ୍ତି। ଯାହା ଅଧୀନରେ ବର୍ତ୍ତମାନ ଯେଉଁମାନେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆକ୍ରମଣ କରନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଏହା ବର୍ତ୍ତମାନ ଜାମିନ ବିହୀନ ଅପରାଧରେ ପରିଣତ ହୋଇଛି। ମହାମାରୀ ରୋଗ ଅଧିନିୟମ ଅନୁଯାୟୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆଘାତ ତଥା ସମ୍ପତ୍ତି ନଷ୍ଟ କିମ୍ବା କ୍ଷତି ପାଇଁ କ୍ଷତିପୂରଣ ପ୍ରଦାନ କରାଯିବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More