ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ଯୁବକକୁ ପଡିଲା ମହଙ୍ଗା

42

Get real time updates directly on you device, subscribe now.

ସାଲେପୁର ( ସଂଘର୍ଷ ମିଡିଆ ) : ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ଯୁବକକୁ ପଡିଲା ମହଙ୍ଗା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟ ନାଥ, ରାଷ୍ଟ୍ରୀୟ ସ୍ବୟଂ ସେବକ, ବିଶ୍ବହିନ୍ଦୁ ପରିଷଦ ଓ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଉତ୍ତରପ୍ରଦେଶ ପୋଲିସ ସାଲେପୁର ପୋଲିସର ମିଳିତ ସହଯୋଗରେ କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କୁସମ୍ଭି ଗ୍ରାମରୁ ରସିଦ ଅହେମ୍ମଦ ଙ୍କ ପୁତ୍ର ସୟଦ ହସନ ଅହେମ୍ମଦକୁ ଗିରଫ କରିଛି। ସୂଚନା ମୁତାବକ, ହିନ୍ଦୁ ବିରୋଧି ବିବାଦୀୟ ମନ୍ତବ୍ୟ ଲେଖି ସୋସିଆଲ ମେଡିଆରେ ଭାଇରାଲ ପରେ ଉତ୍ତରପ୍ରଦେଶ ବାଗପଥ ଜିଲ୍ଲାର ବିଶ୍ବହିନ୍ଦୁ ପରିଷଦ ଅଧ୍ୟକ୍ଷ କୁଲଦୀପ ପାଞ୍ଚାଲ ସିଙ୍ଗାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ସୟଦ ହସନ ଅହେମ୍ମଦଙ୍କ ମୋବାଇଲକୁ ଟ୍ରାକିଂ କରି ସାଲେପୁର ପୋଲିସ ସହାୟତାରେ ତାଙ୍କୁ କୁସମ୍ଭି ଗ୍ରାମରୁ ଗିରଫ କରି ଥିଲେ। ହାସନଙ୍କ ବିରୁଦ୍ଧରେ ଉତ୍ତର ପ୍ରଦେଶ ସିଙ୍ଗାବଲି ପୋଲିସ କେଶନଂ ୨୦୧ରେ ମାମଲା ରଜୁ କରି ଦଫା ୫୦୭,୫୦୪,୧୫୩ଏ,୧୨୪ଏ ଦେଶଦ୍ରୋହ ମାମଲା ରଜୁ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି। ଆସନ୍ତା କାଲି ସାଲେପୁର କୋର୍ଟରେ ଅଭିଯୁକ୍ତକୁ ହାଜର କରାଯାଇ ରିମାଣ୍ଡରେ ନେବ ବୋଲି ଉତ୍ତର ପ୍ରଦେଶ ପୋଲିସ ଏସ ଆଇ ସୁରଜମଲ ସିଂ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More