ସୋମବାରଠାରୁ ଦେଶରେ ରହିଥିବା ଟୋଲ୍‌ ପ୍ଲାଜାଗୁଡିକରେ ଟୋଲ୍‌ ଆଦାୟ ଆରମ୍ଭ ହେବ

18

Get real time updates directly on you device, subscribe now.

ଭୁବନେଶ୍ବର (ସଂଘର୍ଷ ମିଡିଆ ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲାଗୁ କରାଯାଇଥିବା ଲକ୍‌ ଡାଉନ୍‌ ପାଇଁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ମାର୍ଚ୍ଚ ୨୫ରେ ଟୋଲ୍‌ ଆଦାୟ ବନ୍ଦ କରିଥିଲେ ।  ସୋମବାରଠାରୁ ଦେଶରେ ରହିଥିବା ଟୋଲ୍‌ ପ୍ଲାଜାଗୁଡିକରେ ଟୋଲ୍‌ ଆଦାୟ ଆରମ୍ଭ ହେବ ।  ଲକ୍‌ ଡାଉନ୍‌ ଅବଧି ମେ ୩ ଯାଏ ବଢିବା ଯୋଗୁ ୨୦ରୁ ପୁଣି ଥରେ ଟୋଲ ଆଦାୟ ଆରମ୍ଭ ନିମନ୍ତେ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି ଦେଶର ପରିବହନ ସଂଘ ।  ସଂଘର କହିବା ମୁତାବକ ବର୍ତ୍ତମାନ ସ୍ଥିତିରେ ମାଲ ପରିବହନ କରୁଥିବା ଟ୍ରକଗୁଡିକରୁ ଟୋଲ ଆଦାୟ କଲେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପ୍ରଭାବିତ ହେବ ଓ ପରିଣତିସ୍ବରୂପ ଦରଦାମ ବୃଦ୍ଧି ପାଇବାର ଆଶଙ୍କା ରହିଛି । 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More