ସାରା ବିଶ୍ଵ ଏବେ କରେନା କାୟାରେ କବଳିତ, ଆସନ୍ତା ମାସକ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ଦେଢ ଲକ୍ଷକୁ ଟପିବ !

33

Get real time updates directly on you device, subscribe now.

ଗୁଆହାଟୀ ( ଏଜେନ୍ସି ) : ସାରା ବିଶ୍ବ ଏବେ କରେନା କାୟାରେ କବଳିତ । ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ କରୋନା ଭୂତାଣୁ ସଂକ୍ରମଣର ପୂର୍ବାନୁମାନ କରିବା କଷ୍ଟକର । କିନ୍ତୁ ଏହାକୁ ସହଜ କରିବାକୁ ପ୍ରୟାସ କରିଛନ୍ତି ଆଇଆଇଟି ଗୁଆହାଟୀ ଏବଂ ସିଙ୍ଗାପୁରର ଡ୍ୟୁକ୍ ଏନୟୁଏସ ମେଡିକାଲ୍ ସ୍କୁଲ୍ । ମିଳିତ ଭାବେ ସେମାନେ ଏକ ବିକଳ୍ପ ମଡେଲ୍ ବିକଶିତ କରିଛନ୍ତି, ଯାହା କରୋନା ସଂକ୍ରମଣ ସଂପର୍କରେ ପୂର୍ବାନୁମାନ କରିପାରିବ । ଏହି ମଡେଲ ଦେଶର ବିଭିନ୍ନ ରାଜ୍ୟରେ ଆଗାମୀ ୩୦ ଦିନ ମଧ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ବିଷୟରେ ସୂଚନା ପ୍ରଦାନ ରିପାରିବ । ଗବେଷକମାନେ ବର୍ତ୍ତମାନ ଦେଶରେ ବ୍ୟବହାର ହେଉଥିବା ତିନୋଟି ମଡେଲକୁ ମିଶାଇ ଏହି ନୂତନ ତଥ୍ୟ-ବିଜ୍ଞାନ ମଡେଲ ପ୍ରସ୍ତୁତ କରିଛନ୍ତି । ଏହି ନୂତନ ମଡେଲ୍ ଲଜିଷ୍ଟିକ୍ ମଡେଲ୍ ଏବଂ ଏକ୍ସପୋନେସିଆଲ ବ୍ୟବସ୍ଥା ଉପରେ ଆଧାର କରି ଭବିଷ୍ୟବାଣୀ କରେ । ଯେତେବେଳେ ପରିସ୍ଥିତି ଅଧିକ ଗୁରୁତର ହୁଏ ସେହି ଆଧାରରେ ଭବିଷ୍ୟବାଣୀ କରିଥାଏ ।ଏହି ନୂତନ ଟିମ୍ ଅନୁଯାୟୀ, ଦେଶରେ ଆଗାମୀ ୩୦ ଦିନ ମଧ୍ୟରେ ଲଜିଷ୍ଟିକ୍ ସିଷ୍ଟମ ଅନୁସାରେ ଦେଶରେ ଦେଢ ଲକ୍ଷ ମାମଲା ଏବଂ ଏକ୍ସପୋନସିୟଲ ସିଷ୍ଟମ ଆଧାରରେ ସାଢେ ପାଞ୍ଚ ଲକ୍ଷ ମାମଲା ଆସିପାରେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More