ସାରା ବିଶ୍ଵରେ କରୋନା ଛାୟା : କମିଲା ସୁନା ଦର; ୨୪ କ୍ୟାରେଟ ଦାମ୍ ୪୫,୯୭୪ ଟଙ୍କା, ୨୨ କ୍ୟାରେଟ୍ ୪୨୧୧୨

46

Get real time updates directly on you device, subscribe now.

ଭୁବନେଶ୍ବର (ୱ୍ସଙ୍ଘର୍ଷ ମିଡିଆ ): ସାରା ବିଶ୍ବରେ କରୋନା ଛାୟା । ଭାରତରେ ଲକ୍ ଡ଼ାଉନ ଯୋଗୁଁ ଦୋକାନବଜାର ବନ୍ଦ । ସୁନା ଦୋକାନ ଖୋଲିବାର ପ୍ରଶ୍ନ ଉଠୁନାହିଁ । କେବେ ଗହଣା ଦୋକାନ ଖୋଲିବ ତାହାର କିଛି ସ୍ଥିରତା ନାହିଁ । ତଥାପି ସୁନା ରୂପା ଦର କମୁନାହିଁ । ଅକ୍ଷୟ ତୃତୀୟାରେ ୧୦ ଗ୍ରାମକୁ ୪୬ ହଜାର ଟଙ୍କା ଦରରେ କିଛି ଗ୍ରାହକ ଅନଲାଇନରେ ’ପେପର ଗୋଲ୍ଡ଼’ କିଣିଛନ୍ତି । ଅକ୍ଷୟ ତୃତୀୟା ଯିବାର ଦୁଇଦିନ ପରେ ସୁନା ମୂଲ୍ୟ କିଛିଟା ହ୍ରାସ ପାଇଛି । ୨୮ ଏପ୍ରିଲ (ମଙ୍ଗଳବାର) ସୁନା ମୂଲ୍ୟ ଗ୍ରାମକୁ ୫୦ ଟଙ୍କା ଶସ୍ତା ହୋଇଛି । ସୋମବାର ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୪୬୩୩୬ ଟଙ୍କା ଥିବାବେଳେ ମଙ୍ଗଳବାର   ୪୫୯୭୪କୁ ଦର ଖସିଛି । ସେହିପରି ୯୧୬ ହଲମାର୍କ (୨୨ କ୍ୟାରେଟ୍) ସୁନା ମୂଲ୍ୟ ୧୦ ଗ୍ରାମକୁ ୪୨୧୧୨ ଟଙ୍କା ରହିଛି ।  ୧୮ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୩୪୪୮୧ ଓ ୧୪ କ୍ୟାରେଟ୍ ସୁନା ମୂଲ୍ୟ ୨୬୮୯୫ ଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ରୁପା ମୂଲ୍ୟ ମଧ୍ୟ ସାମାନ୍ୟ କମିଛି ଓ କିଲୋ ପିଛା ମୂଲ୍ୟ ମଙ୍ଗଳବାର  ୪୧୫୩୦ଟଙ୍କା ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More