ନୂଆଦିଲ୍ଲୀ ( ଏଜେନ୍ସି ) : ଯୋଧପୁର ଜିଲ୍ଲାର ଜଣେ ୨୦ ବର୍ଷର ଯୁବକ ରାତାରାତି ଫେସବୁକରେ ଫଲୋଅରଶ ବଢାଇବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଫଟୋକୁ ଏଡିଟ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏବେ ସାଇବର ଆଇନରେ ଗିରଫ ହୋଇ ଜେଲ ଯାଇଛି। ସେ ରାଷ୍ଟ୍ରପତିଙ୍କ ଫଟୋ ଏଡିଟ କରି ନିଜକୁ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ଫଟୋରେ ପରିବର୍ତ୍ତନ କରାଇଥିଲା ଏବଂ ପରେ ତାଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଥିଲା। ଖବରକାଗଜରେ ମଧ୍ୟ ଏ ସମ୍ବାଦ ପ୍ରକାଶିତ ହେଲା, କିନ୍ତୁ ଦୁଇ ଦିନ ପରେ ସାଇବର ଠକେଇ ମାମଲାରେ ପୋଲିସ ତାଙ୍କୁ ଗିରଫ କଲା।