ସାଂପ୍ରତିକ ପରିସ୍ଥିତିରେ ସମସ୍ୟାରେ ମଧୁମେହ ରୋଗୀ, ମିଳୁନି ନିର୍ଦ୍ଦିଷ୍ଟ କମ୍ପାନୀ ଔଷଧ

34

Get real time updates directly on you device, subscribe now.

କଲକାତା ( ଏଜେନ୍ସି ) : ସାଂପ୍ରତିକ ପରିବେଶରେ ମଧୁମେହ ରୋଗୀମାନେ ସମସ୍ୟାରେ ପଡ଼ିଛନ୍ତି। କେତେକ ଅଞ୍ଚଳରେ ମଧୁମେହ ଔଷଧ ମିଳୁନାହିଁ। ଏହା ସହିତ କେତେକ ସ୍ଥାନରେ ଅତିରିକ୍ତ ମୂଲ୍ୟ ନିଆଯାଉଛି। ସେହିପରି ଏହି ଔଷଧରେ ପୂର୍ବରୁ ୨୦% କିମ୍ବା ୩୦% ଛାଡ଼ ଦିଆଯାଉଥିଲେ ସୁଦ୍ଧା ତାହା ମିଳୁନାହିଁ, ଯାହାକୁ ନେଇ ଅନେ​‌କ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ ନିର୍ଦ୍ଦିଷ୍ଟ କମ୍ପାନୀ ଔଷଧ ମିଳୁନାହିଁ। ଅନ୍‌ଲାଇନ୍‌ରେ ଔଷଧ ଅର୍ଡର ଦିଆଯାଉଥିଲେ ସୁଦ୍ଧା ସମସ୍ୟା ଦେଖାଦେଇଛି, ଯାହାକୁ ନେଇ ଅନେକେ ଚିନ୍ତାରେ ପଡ଼ିଛନ୍ତି। ବିଶେଷ କରି ଭିନ୍ନ କମ୍ପୋଜିସନ୍‌ର ଔଷଧ କ୍ରୟ ପାଇଁ ରୋଗୀମାନେ ବାଧ୍ୟ ହୋଇଛନ୍ତି। ୧୫ବର୍ଷ ଧରି ମଧୁମେହ ରୋଗରେ ପୀଡ଼ିତ ଥିବା କେତେକ ରୋଗୀ ସେମାନଙ୍କ ପ୍ରେସ୍‌କ୍ରିପ୍‌ସନ ଦେଖାଉଥିଲେ ସୁଦ୍ଦା ଔଷଧ ପାଉ ନାହାଁନ୍ତି। ତେଣୁ ଏହାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ସରକାରୀ ଭାବେ ଔଷଧ ଯୋଗାଣ ନେଇ ବହୁମୁଖୀ ଘୋଷଣା କରାଯାଇଥିଲେ ସୁଦ୍ଦା ସେଥିରେ ସମସ୍ୟା ଦେଖା ଦେଇଥିବାରୁ ରୋଗୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More