ସମ୍ପର୍କରେ କଳଙ୍କ,  ମାଇଁକୁ ବିବାହ କଲା ଭଣଜା

28

Get real time updates directly on you device, subscribe now.

 ଝାଡ଼ଖଣ୍ଡ (ଏଜେନ୍ସି) : –  ଝାଡ଼ଖଣ୍ଡ ହଜାରୀବାଗ ଅଂଚଳର ଘଟଣା। ଗତ ଏପ୍ରିଲରେ ମାସିପିଢ଼ୀରୁ ଫେରାର ହୋଇଥିବା ପ୍ରେମିକ ଦମ୍ପତି ଯେଉଁମାନେ ସମ୍ପର୍କରେ ମାଇଁ-ଭଣଜା ହେବେ, ସୁରଜକୁଣ୍ଡ ଧାମରେ ବିବାହ କରିଛନ୍ତି। ସୂଚନା ଅନୁଯାୟୀ, ମାସିପିଢୀର ମୁକେଶ ମଣ୍ଡଳ ବରକଠା ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ସେ ବୀରବଲ ମହାତୋଙ୍କ ପୁଅ କୁଶ କୁମାରଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ସେ ତାଙ୍କ ପତ୍ନୀଙ୍କୁ ଅପହରଣ କରି କେଉଁଆଡେ ନେଇଯାଇଛନ୍ତି। ତେବେ ଘଟଣାର ୩୭ ଦିନ ପରେ ଉଭୟ ପ୍ରେମିକ-ପ୍ରେମିକା ସୁରଜକୁଣ୍ଡ ଧାମରେ ପହଞ୍ଚି ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ମହିଳାଙ୍କର ଏକ ଶିଶୁକନ୍ୟା ଅଛି ଯାହାକୁ ତାଙ୍କ ପୂର୍ବତନ ସ୍ୱାମୀ ରଖିଛନ୍ତି। ପ୍ରେମୀ ଯୁଗଳ ସମ୍ପର୍କରେ ମାଇଁ-ଭଣଜା ହେବେ। ଦୁହେଁ ପ୍ରେମ ବିବାହ କରି ସମ୍ପର୍କକୁ ଖରାପ କରିଛନ୍ତି। ମାଇଁ ଭଣଜାଙ୍କ ଏହି ବିବାହ ଚର୍ଚ୍ଚାର ବିଷୟ ପାଲଟିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More