ସଞ୍ଜୟ କୋଠାରୀ ନୂଆ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର, ରାଷ୍ଟ୍ରପତି ଭବନରେ ଶପଥ ନେଲେ

16

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ବରିଷ୍ଠ ଆଇଏଏସ ଅଧିକାରୀ ସଞ୍ଜୟ କୋଠାରୀ ଶନିବାର କେନ୍ଦ୍ରୀୟ ଭିଜିଲାନ୍ସ କମିଶନର(ସିଭିସି) ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି। ରାଷ୍ଟ୍ରପତି ଭବନରୁ ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। କୋଠାରୀ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ଭାବେ କାର୍ଯ୍ୟ କରୁଥିଲେ। ବିଜ୍ଞପ୍ତି ଅନୁସାରେ, ପୂର୍ବାହ୍ନ ସାଢ଼େ ୧୦ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ କୋଠାରୀ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଶପଥ ଗ୍ରହଣ କରିଥିଲେ। ସମାରୋହରେ ଉପରାଷ୍ଟ୍ରପତି ଏମ. ଭେଙ୍କାୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ପଦାଧିକାରୀ କୋଭିଡ-୧୯ ଗାଇଡଲାଇନ ଅନୁସାରେ ସାମାଜିକ ଦୂରତା ରକ୍ଷା କରିଥିଲେ। ସୂଚନାଯୋଗ୍ୟ, କୋଠାରୀ ହେଉଛନ୍ତି ୧୯୭୮ ବ୍ୟାଚ  ହରିୟାଣା କ୍ୟାଡରର ଆଇଏଏସ ଅଧିକାରୀ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More