ପୁରୀ(ସଂଘର୍ଷ ମିଡିଆ) : – ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମୂଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା ଶ୍ରୀ ମନ୍ଦିର ସିଂହ ଦ୍ଵାର ନିକଟରେ ପହଞ୍ଚିବା ପରେ ତାଙ୍କର କୌଳିକ ପଣ୍ଡା ମାଧବ ମହାପାତ୍ର ଖଣ୍ଡୁଆ ଦେଇ ସ୍ଵାଗତ କରିଥିଲେ। ମୂଖ୍ୟମନ୍ତ୍ରୀ ତାଙ୍କ ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲେ। ପ୍ରଥମେ ସେ ପ୍ରଭୁ ପତିତପାବନଙ୍କୁ ମୁଣ୍ଡିଆ ମାରି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀ ମନ୍ଦିରକୁ ପ୍ରବେଶ କରିଥିଲେ।ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ୍ ଭାବ ବିହ୍ଵଳିତ ହୋଇ ଯାଇଥିଲେ। ପରେ ସେ ଶ୍ରୀ ମନ୍ଦିର ଭିତରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥଲେ। ଶ୍ରୀ ମନ୍ଦିରରୁ ପ୍ରତ୍ୟାବର୍ତ୍ତନ ବେଳେ ସେବାୟତ ମାନେ ତାଙ୍କୁ ମହାପ୍ରଭୁଙ୍କ ଫୋଟୋ ଦେବା ସହ ମହା ପ୍ରସାଦ ଦେଇଥିଲେ।ମହାପ୍ରଭୁଙ୍କ ଦର୍ଶନ ପାଇ ସେ ଅତ୍ୟନ୍ତ ସୌଭାଗ୍ୟଶାଳୀ ମନେ କରିଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା କହିଥିଲେ। କାର୍ତ୍ତିକ ମାସ ପଂଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ଧନ୍ୟ ହୋଇଥିବା କହିଥିଲେ। ତେବେ ସମସ୍ତଙ୍କ କଲ୍ୟାଣ ପାଇଁ ସେ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରିଥିବା କହିଥିଲେ। ଆସାମ ରେ ଏକ ସ୍ୱଚ୍ଛ, ନିର୍ମଳ, ଦୁର୍ନୀତିମୁକ୍ତ ଶାସନ ପାଇଁ ସେ ପଦକ୍ଷେପ ନେଇଥିବା କହିଥିଲେ। ଗତ ତିନି ବର୍ଷରେ 350ରୁ ଅଧିକ ଅସାଧୁ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେଇଥିବା ସେ କହିଥିଲେ। ସେପଟେ ମୁଖ୍ୟମନ୍ତ୍ରୀଙ୍କ କୌଳିକ ପଣ୍ଡା ମାଧବ ମହାପାତ୍ର କହିଥିଲେ ମୂଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପିଲାଟି ଦିନରୁ ପରମ ଜଗନ୍ନାଥ ଭକ୍ତ। ସେ ଛାତ୍ର ଜିବନରେ ପୁରୀ ଅନେକ ଥର ଆସି ରହିବା ସହ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ତେବେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପରେ ଥିବା ଆସାମ ଯାତ୍ରୀ ନିବାସ ଉଚ୍ଛେଦ ହୋଇ ଥିବାରୁ ଏହାକୁ କିଭଳି ଆଉ ଥରେ ନିର୍ମାଣ କରିହେବ ସେ ନେଇ ସେ ଓଡ଼ିଶା ସରକାରଙ୍କ ସହ ଆଲୋ ଚୋନା କରିବେ ବୋଲି କହିଥିଲେ।