ଶ୍ରମିକ ନେଇ ଯାଉଥିବା ଡିସିଏମକୁ ଟ୍ରକ୍ ଧକ୍କା, ୨୩ ମୃତ,୨୦ ଗୁରୁତର

13

Get real time updates directly on you device, subscribe now.

ଉତ୍ତରପ୍ରଦେଶ ( ଏଜେନ୍ସି ) : କରୋନା ଭାଇରସର ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଫଳରେ ବିଭିନ୍ନ ରାଜ୍ୟକୁ ଯାଇ ଫସିଥିବା ଶ୍ରମିକମାନେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି । କିନ୍ତୁବିଭିନ୍ନ ସ୍ଥାନରେ ସେମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଆଜି ସକାଳୁ ଉତ୍ତରପ୍ରଦେଶର ଔରେୟାଠାରେ ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପ୍ରବାସୀ ଶ୍ରମିକ ଭର୍ତ୍ତି ହୋଇଥିବା ଏକ ଡିସିଏମକୁ ଏକ ଟ୍ରକ୍ ଧକ୍କା ଦେଇଛି । ଫଳରେ ୨୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନା ଏବଂ ସୈଫଇ ପିଜିଆଇକୁ ପଠାଯାଇଛି । ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More