ଡେରାଡୁନ ( ଏଜେନ୍ସି ) : ମେଷ ଲଗ୍ନ ଅବସରରେ ବୁଧବାର ପ୍ରାତଃ ସମୟରେ ଭଗବାନ କେଦାରନାଥଙ୍କ ଧାମ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି। ବିଧି ଅନୁସାରେ ମନ୍ଦିର ଦ୍ବାରା ଖୋଲାଯିବା ପରେ ସେଠାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ପୂଜକଙ୍କ ସମେତ ୧୬ ଜଣ ଶ୍ରଦ୍ଧାଳୁ ପୂଜାରେ ସାମିଲ ହୋଇଥିଲେ। ପୂଜା ସମୟରେ ଏବଂ ମନ୍ଦିର ପରିସରରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା।