ଲଶ୍କର ଆତଙ୍କବାଦୀ ସଂଗଠନର ୫ ସହଯୋଗୀ ଗିରଫ

14

Get real time updates directly on you device, subscribe now.

ଜାମ୍ମୁ-କାଶ୍ମୀର ( ଏଜେନ୍ସି ) : ଜାମ୍ମୁ-କାଶ୍ମୀର ବଡ଼ଗାମରୁ ଲଶ୍କର ଆତଙ୍କବାଦୀ ସଂଗଠନର ୫ ସହଯୋଗୀ ଗିରଫ ହୋଇଛନ୍ତି। ବଡ଼ଗାମ​‌ରେ ଆତଙ୍କୀଙ୍କ ସହଯୋଗୀ ଲୁଚି ରହିଥିବା ସୂଚନା ମିଳିବା ପରେ ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଥିଲା। ଏହି ସମୟରେ ସେଠାରୁ ଲଶ୍କରର ୫ ସହଯୋଗୀ ଧରାପଡ଼ିଥିଲେ। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଆତଙ୍କବାଦୀଙ୍କ ଜଣେ ଟପ୍‌ ସହଯୋଗୀ ଜହୁର ୱାନୀ ଧରାପଡ଼ିଛି। ଜହୁର ଧରାପଡ଼ିବା ପରେ ତା’ଠାରୁ ଆଉ ଏକ ଆତଙ୍କୀ ଶିବିର ସମ୍ପର୍କରେ ତଥ୍ୟ ମିଳିଛି। ସେଠାରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି। ଯବାନମାନେ ଉକ୍ତ ଶିବିରକୁ ଧ୍ଵଂସ କରିଦେଇଛନ୍ତି। କିନ୍ତୁ ସେଠାରୁ କୌଣସି ଆତଙ୍କୀ ଧରାପଡ଼ି ନାହାନ୍ତି। ସହଯୋଗୀମାନଙ୍କୁ ପଚରାଉଚରା ପରେ ସେମାନେ ଆତଙ୍କବାଦୀମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା ସହିତ ଆତ୍ମଗୋପନ କରିବା ଲାଗି ଘର ଯୋଗାଇ ଦେଉଥିବା ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More