ଲଙ୍କାରେ ହରିଶବ୍ଦ : ପାକ୍ ଗଣମାଧ୍ୟମରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା

26

Get real time updates directly on you device, subscribe now.

ଲକ୍ଷ୍ନୌ ( ଏଜେନ୍ସି ) : ଲଙ୍କାରେ ହରିଶବ୍ଦ ଶୁଣିବା ଆଶା ହୁଏତ ସତ ହୋଇପାରେ, ହେଲେ ପାକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହା ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଶୁଣିବା କେବେ ସମ୍ଭବ ନୁହେଁ । ମାତ୍ର କରୋନା ମୁକାବିଲାରେ ଉତ୍ତରପ୍ରଦେଶରେ ମୋଦି ସରକାର ଯେଉଁ କାର୍ଯ୍ୟ କରିଛି ସେପରି କାର୍ଯ୍ୟ ପାକିସ୍ତାନରେ ଇମ୍ରାନ ସରକାର କରିପାରି ନାହିଁ । ଏ କଥା ଆଉ କେହି ନୁହନ୍ତି, ଖୋଦ୍ ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଛି । ପାକିସ୍ତାନର ବହୁଳ ପ୍ରସାରିତ ଖବରକାଗଜ ‘ଡ଼ନ୍’ରେ ପ୍ରକାଶ ପାଇଛି ଏ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଆଉ ଖୋଦ୍ ସମ୍ପାଦକ ଫାହଦ ହୁସେନ ଯୋଗୀ ଆଦିତ୍ୟନାଥ କରୋନା ମୁକାବିଲା କରିବାରେ ଇମ୍ରାନଙ୍କଠାରୁ ଅଧିକ ସଫଳ ହୋଇଥିବା ନେଇ ପ୍ରଶଂସା କରିଛନ୍ତି । ଏପରିକି ଯୋଗୀ କରୋନା ବିରୋଧରେ ସଫଳତାର ସହ ଯେଉଁ  ଯୁଦ୍ଧ ଜାରି ରଖିଛନ୍ତି ତାହା ଇମ୍ରାନ ସରକାର କରିବାରେ ବିଫଳ ହୋଇଛନ୍ତି ବୋଲି ଫାହଦ ନିଜ ସମ୍ପାଦକୟରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More