ଗୁଆହାଟୀ ( ଏଜେନ୍ସି ) : ଲଗାଣ ବର୍ଷା ଯୋଗୁଁ ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ପ୍ରମୁଖ ନଦୀ ଗୁଡିକରେ ବନ୍ୟା ଆସିଛି। ଫଳରେ ୨୦ଟି ଜିଲ୍ଲାର ୫ଲକ୍ଷ ୬୫ ହଜାର ଲୋକ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି। ବନ୍ୟା ଯୋଗୁଁ ୧୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହିସବୁ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ସହ ରାସ୍ତା ଘାଟ ଧୋଇଯାଇଛି ଏବଂ କଲ୍ଭର୍ଟ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୫୬,୦୦୦ ହେକ୍ଟର ଜମିରେ ଫସଲ ହାନୀ ହୋଇଛି।