ଲକ୍ ଡ଼ାଉନ ୪.୦: ବିଭିନ୍ନ ରାଜ୍ୟ ଉପରେ ନିଷ୍ପତ୍ତି ଛାଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

33

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ମେ ୧୭ ତାରିଖ ପରେ ଲକ୍ଡ଼ାଉନ ୪ର୍ଥ ପର୍ଯ୍ୟାୟ ଆରମ୍ଭ ହେବ ନା କିଛି କୋହଳ କରାଯିବ ତାହା ରାଜ୍ୟମାନଙ୍କ ଉପରେ ଛାଡ଼ି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅପରାହ୍ନରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ଆଉ କିଛି ସମୟ ପରେ ଆରମ୍ଭ ହେବ । ଅପରାହ୍ନ ୩ ଟାରୁ ଆରମ୍ଭ ହୋଇଥିବା ଏହି ମାରାଥନ୍ ବୈଠକରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ରାୟ ନିଆଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମେ ଏହି ବୈଠକକୁ ସମ୍ବୋଧିତ କରିଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ରାଜ୍ୟମାନେ ଏକାଠି କାମ କରୁଛନ୍ତି । କ୍ୟାବିନେଟ ସଚିବ ରାଜ୍ୟ ସଚିବଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ସନ୍ତୁଳିତ ରଣନୀତିକୁ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ । ଆହ୍ୱାନ ସବୁ କ’ଣ ଏବଂ ଏହାକୁ ନେଇ କେଉଁଭଳି ମୁକାବିଲା କରିବାକୁ ପଡ଼ିବ ତାହା ଉପରେ କାର୍ଯ୍ୟ କରିବାକୁ ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More