ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ମୃତ୍ୟୁ ସଂଖ୍ୟାରେ ଚୀନକୁ ଅତିକ୍ରମ କରିଛି ଭାରତ । କରୋନାର ଉତ୍ପତ୍ତିସ୍ଥଳ ଚୀନରେ ସଂକ୍ରମିତଙ୍କ ସଂଖ୍ୟା ୮୨୯୯୫ ଥିବାବେଳେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦେଢ଼ଲକ୍ଷ ଅତିକ୍ରମ କରିଛି । ସେହିପରି ଚୀନରେ କରୋନାରେ ସରକାରୀଭାବେ ୪୬୩୪ ଜଣ ମୃତ୍ୟୁବରଣ କରିଥିବା କୁହାଯାଉଛି ଓ ଭାରତରେ କରୋନା ମୃତକଙ୍କ ସଂଖ୍ୟା ୪୭୦୬ ବୋଲି ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହି ପରିପ୍ରେକ୍ଷୀରେ ଦେଶରେ ଲକ୍ ଡ଼ାଉନ ୫ମ ପର୍ଯ୍ୟାୟ ଘୋଷଣା ହେବ କି ନାହିଁ ତାହାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ । ଜୀବିକା ଓ ଅର୍ଥନୀତି ଦୃଷ୍ଟିରୁ ଲକ୍ ଡ଼ାଉନ ଦେଶ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବାର ଆଶଙ୍କା ଅଛି, ଅନ୍ୟପକ୍ଷରେ ଲକ୍ଡ଼ାଉନ ହଟାଇଲେ ଲୋକଙ୍କ ଜୀବନ ପ୍ରତି ବିପଦ ସମ୍ଭାବନା ବଢ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ମଧ୍ୟରେ ହୋଇଛି ଦୀର୍ଘ ମାନସମନ୍ଥନ । ଆସନ୍ତା ୩୧ ତାରିଖରେ ଲକ୍ଡ଼ାଉନ ୪ର୍ଥ ପର୍ଯ୍ୟାୟ ଶେଷ ହେବା ପରେ ୫ମ ପର୍ଯ୍ୟାୟ ଘୋଷଣା ହେବ କି ନାହି ତାହାକୁ ନେଇ ଦେଶର ଦୁଇ ଶୀର୍ଷନେତା ଆଲୋଚନା କରିଛନ୍ତି ।