ଲକ୍ଡ଼ାଉନ ଖୋଲୁଖୋଲୁ ୫ ରାଜ୍ୟରେ ୫ଶହ କୋଟି ଟଙ୍କାରୁ ଅଧିକ ମଦ ବିକ୍ରି : ରିପୋର୍ଟ

36

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ମାଡ଼ରେ ମଦ ବେପାର ମାନ୍ଦାକୁ ନେଇ ବେପାରୀ ଯେତିକି ଦୁଃଖ, ତା’ଠୁ ବେଶୀ ଦୁଃଖୀ ହୋଇଛନ୍ତି ମଦୁଆ । ମଦ ଦୋକାନ କେବେ ଖୋଲିବ ସେଥିନେଇ ମଦୁଆଙ୍କ ଭାରି ଚିନ୍ତା । ଗ୍ରୀନ୍ ଜୋନରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ଅନେକ ରାଜ୍ୟ ସରକାର ଏଥିରୁ ନିବୃତ୍ତ ରହିଛନ୍ତି । କିନ୍ତୁ ଯେଉଁ ରାଜ୍ୟରେ ମଦ ଦୋକାନ ଖୋଲିଛି ସେଠି ଯେମିତି ଧାଡ଼ି ଆଉ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି ସେପରି ଭିଡ଼ ଓ ଧାଡ଼ି ଖାଦ୍ୟ ପାଇଁ ଅନାହାରକ୍ଲିଷ୍ଟ ନାଇଜେରିଆରେ ବି ଦେଖିବାକୁ ମିଳିନାହିଁ । ମାଇଲ ମାଇଲ୍ ଲମ୍ବା ଧାଡ଼ି ଆଉ ସେଥିରେ ମାରପିଟ୍ । ସୋମବାର ଲକ୍ଡ଼ାଉନ ଖୋଲୁଖୋଲୁ ୫ ରାଜ୍ୟରେ ୫ଶହ କୋଟି ଟଙ୍କାରୁ ଅଧିକ ମଦ ବିକ୍ରି ହୋଇଥିବା ରିପୋର୍ଟ ମିଳିଛି । ଏକ ରିପୋର୍ଟ ଅନୁସାରେ  ଗତକାଲି ଉତ୍ତରପ୍ରଦେଶରେ ୨୨୫ କୋଟି, ମହାରାଷ୍ଟ୍ରରେ ୨ଶହ କୋଟି, ରାଜସ୍ଥାନରେ ୫୯ କୋଟି, କର୍ଣ୍ଣାଟକରେ ୪୫ କୋଟି ଏବଂ ଛତିଶଗଡ଼ରେ ୨୫ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More