ଲକଡାଉନ ଯୋଗୁଁ ବଞ୍ଚିଛି ୭୮ ହଜାରରୁ ଅଧିକ ଜୀବନ :ନୀତି ଆୟୋଗ ସଦସ୍ୟ ଭି.କେ ପାଲ୍

33

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ ଲକଡାଉନ ୪.୦ ଜାରି ରହିଛି। କେନ୍ଦ୍ର ସରକାର କହିଛନ୍ତି ଦେଶରେ ଯଦି ସମୟ ଥାଉ ଥାଉ ଲକଡାଉନ ଲାଗୁ ହୋଇ ନ ଥାନ୍ତା, ତେବେ ପରିସ୍ଥିତି ଅଅଣାୟତ ହୋଇଥା’ନ୍ତା । ଶୁକ୍ରବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗର ସଦସ୍ୟ ଭି.କେ ପାଲ୍ ଏହି ସୂଚନା ଦେଇଛନ୍ତି । ସେ ବିଭିନ୍ନ ସ୍ଵାଧୀନ ଅଧ୍ୟୟନକୁ ଆଧାର କରି କହିଛନ୍ତି ଯେ, ଯଦି ଦେଶରେ ଲକଡାଉନ୍ ହୋଇ ନ ଥାନ୍ତା ତା’ହେଲେ ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ବୃଦ୍ଧି ପାଇଥାନ୍ତା । ଲକଡାଉନ୍ ଯୋଗୁଁ କେନ୍ଦ୍ର ସରକାର ଅନେକ ଲୋକଙ୍କ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି । ବି.କେ ପାଲଙ୍କ ଅନୁଯାୟୀ, ଯଦି ଲକଡାଉନ୍ ହୋଇନଥାନ୍ତା, ତେବେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨.୯ ମିଲିୟନରେ ପହଞ୍ଚି ପାରିଥାନ୍ତା । ୩୭ ରୁ ୭୮ ହଜାର ଲୋକଙ୍କ ମୃତ୍ୟୁ ଘଟିଥାନ୍ତା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୩,୨୩୪ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ୟ୍ୟନ୍ତ ୪୮,୫୩୪ ସଂକ୍ରମିତ ଭଲ ହୋଇସାରିଛନ୍ତି, ଯାହା ହେଉଛି ପ୍ରାୟ ୪୧ ପ୍ରତିଶତ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More