ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶର ସବୁଠାରୁ ଧନୀ ମହିଳା ରୋଶନି ନାଦର ଏଚସିଏଲ (HCL)କମ୍ପାନୀର ଚେୟାରମ୍ୟାନ୍ ହୋଇଛନ୍ତି। ଏନେଇ କମ୍ପାନୀ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। କମ୍ପାନୀର ପୂର୍ବତନ ଚେୟାରମ୍ୟାନ୍ ଶିବ ନାଦର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିବା ପରେ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ବୋର୍ଡ ଅଫ୍ ଡାଇରେକ୍ଟର୍ସ ପକ୍ଷରୁ କୁହାଯାଇଛି ଯେ, ଏଚସିଏଲ ଟେକ୍ନୋଲୋଜି କମ୍ପାନୀର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୋଶନି ନାଦର ମାଲହୋତ୍ରାଙ୍କୁ ନିର୍ଦ୍ଦେଶକ ବୋର୍ଡର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି।