ରେଳଧାରଣାରେ ନ ଚାଲିବାକୁ ପୂର୍ବତଟ ରେଲୱେର ନିର୍ଦେଶାନାମା ଜାରି

13

Get real time updates directly on you device, subscribe now.

ଭୁବନେଶ୍ୱର ( ସଂଘର୍ଷ ମିଡିଆ ) : ଶୁକ୍ରବାର ମହାରାଷ୍ଟ୍ରର ଔରାଙ୍ଗାବାଦରେ ୧୬ଜଣ ଶ୍ରମିକ ରେଳଧାରଣାରେ ମୃତ୍ୟୁ ଘଟଣାକୁ ପୂର୍ବତଟ ରେଲ୍‌ୱେ କର୍ତ୍ତୃପକ୍ଷ ଗୁରୁତର ସହ ନେଇଛି। ରେଳଧାରଣାରେ ନ ଚାଲିବା ପାଇଁ ଆଜି ପୂର୍ବତଟ ରେଳପଥ ପକ୍ଷରୁ ନୂଆ ନିର୍ଦେଶାନାମ ଜାରି କରାଯାଇଛି। ଏହା ସହ ଅନଧିକୃତ ଭାବେ ରେଳ ଧାରଣାରେ ଚାଲୁଥିଲେ ସେମାନଙ୍କୁ ବାରଣ କରିବାକୁ ଷ୍ଟେସନ ମାଷ୍ଟର, ଟ୍ରାକ୍‌ମ୍ୟାନ୍‌, ବିଦ୍ୟୁତ୍ ଷ୍ଟାଫଙ୍କୁ ପରାମର୍ଶ ଦିଆଯାଇଛି। ଯଦି କେହି ରେଳଧାରଣାରେ ଚାଲୁଥିବା ଦେଖିବାକୁ ମିଳେ ତାହେଲେ ଆରପିଏଫ୍ ହେଲପ୍ ଲାଇନ ୧୮୨ରେ ସୂଚନା ଦେବାକୁ କୁହାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More