ନୂଆଦିଲ୍ଲୀ ( ଏଜେନ୍ସି ) : ଲକ୍ଡାଉନ୍ ଯୋଗୁ ଦୀର୍ଘଦିନ ଧରି ଦେଶରେ ବନ୍ଦ ହୋଇ ରହିଥିବା ଟ୍ରେନ୍ ଚଳାଚଳ ପାଇଁ ଆଜିଠୁ ଆରମ୍ଭ ହୋଇଛି ବୁକିଂ। ଏତେ ଦିନ ପରେ ବୁକିଂ ଆରମ୍ଭ ହୋଇଥିବାରୁ ଏକକାଳୀନ ହଜାର ହଜାର ଲୋକ ଟିକେଟ୍ ବୁକିଂ କରିବା ପାଇଁ ଚାହିଁ ବସିଛନ୍ତି କିନ୍ତୁ ଇଣ୍ଡିଆନ୍ ରେଲେଓ୍ଵର ୱେବସାଇଟ୍ ଜାମ୍ ଯୋଗୁ ଖୋଲୁ ନଥିବା ଜଣାପଡିଛି । ଆଜି ଦିନ ୪ ଟାରେ ୱେବସାଇଟ ଖୋଲିବ ବୋଲି ସୂଚନା ରହିଥିବା । ଏଣୁ ୪ଟା ବେଳେ ଲୋକମାନେ ଓ୍ଵେବସାଇଟ ଖୋଲିଥିଲେ କିନ୍ତୁ ୱେବସାଇଟ୍ ଖୋଲିନଥିଲା। ଆଇଆରସିଟିସିର ମୋବାଇଲ ଆପ୍ ମଧ୍ୟ କାମ କରୁନାହିଁ। ୪ଟା ବେଳେ ବୁକିଂ କରିବା ପାଇଁ ଏକା ସାଙ୍ଗରେ ଅନେକ ଲୋକ ଓ୍ଵେବସାଇଟ ଖୋଲିଥିବାରୁ ସାଇଟ୍ରେ ସମସ୍ୟା ଦେଖାଯାଇଥିଲା। ଏବେ ଏହି ସମସ୍ୟାକୁ ଠିକ କରାଯାଉଛି । ତେବେ ପୁନଶ୍ଚ ବୁକିଂ ପ୍ରକ୍ରିୟା ଆଜି ସନ୍ଧ୍ୟା ୬ ଟାରୁ ଆରମ୍ଭ ହେବ ବୋଲି ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି।