ନୂଆଦିଲ୍ଳୀ ( ଏଜେନ୍ସି ) : ରାଜଧାନୀ ଦିଲ୍ଳୀଠାରେ ହୋଇଥିବା ଗୁଳି ବିନିମୟରେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ୍ ଆଇଏସ୍ଆଇଏସ୍ର ଏକ ଆତଙ୍କବାଦୀକୁ ଗିରଫ କରିବା ସହ ସଂପୃକ୍ତ ଅଞ୍ଚଳରୁ ଆଇଡି ବିସ୍ଫୋରକ ଏବଂ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି। ଗିରଫ ଆତଙ୍କବାଦୀ ଜଣକ ଆବୁ ୟୁସୁଫ୍ ବୋଲି ଜଣାପଡ଼ିଛି। ଆବୁ ୟୁସୁଫ୍ ଦିଲ୍ଲୀର କିଛି ସହଯୋଗୀଙ୍କ ସହ କାମ କରୁଥିଲା ପୁଲିସ ଆବୁକୁ ଗିରଫ କରିବା ପରେ ତା’ ଘରେ ଚଢ଼ାଉ ଆରମ୍ଭ କରିଛି।