ରଜୌରୀ ସେକ୍ଟରରେ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ, ୨ ନାଗରିକ ଆହତ

19

Get real time updates directly on you device, subscribe now.

ଜାମ୍ମୁ ( ଏଜେନ୍ସି ) : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ରଜୌରୀ ସେକ୍ଟରରେ ପାକ୍‌ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପାକ୍‌ ପକ୍ଷରୁ ଭାରତୀୟ କ୍ଷେତ୍ରକୁ ଗୁଳିବର୍ଷା କରାଯିବା ଫଳରେ ରଜୌରୀ ଅଞ୍ଚଳରେ ୨ ଜଣ ନାଗରିକ ଆହତ ହୋଇଛନ୍ତି। ମୋର୍ଟାର ମାଡ଼ ଯୋଗୁ ଏକାଧିକ କୋଠା କ୍ଷତିଗ୍ରସ୍ତ ହୋଇଛି। ରଜୌରୀର ମଞ୍ଜକକୋଟରେ ପାକିସ୍ତାନ ସେନା ପକ୍ଷରୁ ମଙ୍ଗଳବାର ରାତିରେ ଗୁଳିମାଡ଼ କରାଯାଇଥିଲା। ଘରେ ଶୋଇଥିବା ବେଳେ ୨ ଜଣ ବ୍ୟକ୍ତିଙ୍କଠାରେ ଗୁଳି ବାଜିବାରୁ ସେମାନେ ଆହତ ହୋଇଥିଲେ। ଏହାପରେ ଭାରତୀୟ ସେନା ପକ୍ଷରୁ ପାକ୍‌ ସେନାକୁ ଜବାବ ଦିଆଯାଉଛି। ଆହତ ହୋଇଥିବା ୨ ନାଗରିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ବି ପାକ୍‌ ସେନା ପକ୍ଷରୁ ଗୁଲପୁର ସେକ୍ଟରରେ ପ୍ରାୟ ୪ ଘଣ୍ଟା ଧରି ଗୁଳିମାଡ଼ କରାଯାଇଥିଲା। ଏହି ସମୟରେ ପାକ୍‌ ସୈନିକମାନେ ଭାରତୀୟ ସେନାର ଶିବିରକୁ ଟାର୍ଗେଟ କରି ମୋର୍ଟାର ଏବଂ ଗୁଳିମାଡ଼ କରିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More