ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୌସୁମୀ ଅଧିବେଶନର ନିର୍ଦ୍ଧାରିତ ସମୟର ଆଠ ଦିନ ପୂର୍ବରୁ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖାଯାଇଛି। ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ମୌସୁମୀ ଅଧିବେଶନ ଅକ୍ଟୋବର ୧ ରେ ଶେଷ ହେବାର ଥିଲା। ରାଜ୍ୟସଭାରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ୍ କହିଛନ୍ତି, ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।