ଲକଡାଉନ ସମୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି , ମେ ୨୪ ସୁଦ୍ଧା ଓଡ଼ିଶାରେ କରୋନା ସଂକ୍ରମିତ ସଂଖ୍ୟା ୮୧୩ ଛୁଇଁବ: ଦିଲ୍ଲୀ ଆଇଆଇଟି

24

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟରେ କରୋନା ଭୂତାଣୁ ଧୀରେ ଧୀରେ ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗ ଫେରନ୍ତାଙ୍କ ପରେ ଅନ୍ୟ ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକ ଚିନ୍ତା ବଢ଼ାଉଛନ୍ତି। ଗତ ୧୪ ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨.୬୬ ଗୁଣ ବୃଦ୍ଧି ପାଇଥିବାବେଳେ ଆସନ୍ତା ୨୪ ତାରିଖ ବେଳକୁ ରାଜ୍ୟରେ ୮୧୩ ସଂକ୍ରମିତ ଚିହ୍ନଟ ହେବେ ବୋଲି ଆକଳନ କରିଛି ଦିଲ୍ଲୀ ଆଇଆଇଟି। ଲକଡାଉନ ସତ୍ବେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ। ଯଦି ସରକାର ଆନ୍ତଃଜିଲା ଯାତାୟାତ ଉପରେ କଟକଣା ଲାଗୁ ନ କରନ୍ତି ତେବେ ଏହି ସଂଖ୍ୟା ୧୦୦୦ରୁ ୧୧୨୧ ପର୍ଯ୍ୟନ୍ତ ଛୁଇଁପାରେ ବୋଲି ଦିଲ୍ଲୀ ଆଇଆଇଟି ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More